AMRI Hospitals representatives do not seek any advance payment over the phone/email for doctor appointments or any medical services. If you receive any such call, SMS or email, please report it immediately by calling 033-66800000
Home / News / Family donates brain dead woman's organs
06 Nov, 2023
Family donates brain dead woman's organs

ଭୁବନେଶ୍ବର: ବ୍ରେନ ଡେଡ୍ ମହିଳାଙ୍କ ଅଙ୍ଗଦାନ କଲେ ପରିବାର ଲୋକ । ତାଙ୍କ ଅଙ୍ଗଦାନ ଫଳରେ ୭ ଜଣଙ୍କ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ ହାମରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଯାଇଥିଲା । ୨ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ନେଇ ଘୋଷଣା କରିଥିଲେ ଡାକ୍ତର । ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଆଉ ରିକଭରି କରାଯାଇ ପାରିବ ନାହିଁ ବୋଲି କହିଥିଲେ ଡାକ୍ତର ।

ଏହାପରେ କ୍ରିଷ୍ଣାଙ୍କ ପରିବାର ଲୋକେ ମହିଳାଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ଅନୁମତି କ୍ରମେ SOTTOକୁ ଅବଗତ କରାଯାଇଥିଲା । SOTTO ପାଖରୁ ଅନୁମତି ମିଳିବା ପରେ ତାଙ୍କର କିଡନୀ, ଫୁସଫୁସ, ହୃତପିଣ୍ଡ, ଯକୃତ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅଙ୍ଗ ଦ୍ଵାରା ୭ ଜଣ ରୋଗୀଙ୍କ ଜୀବନ ବଞ୍ଚିବାକୁ ଯାଉଛି । ଭୁବନେଶ୍ବରରେ ଏକ  ହସ୍ପିଟାଲରେ ମହିଳାଙ୍କ ଅଙ୍ଗ ହାର୍ଭେଷ୍ଟିଂ କରାଯାଇଛି । ଚେନ୍ନାଇ, କୋଲକାତାର ଆପୋଲୋ ହସ୍ପିଟାଲ, MGM ହସ୍ପିଟାଲ, ସମ ଅଲ୍ଟିମେଟ ଓ SCB ମେଡିକାଲ କଲେଜକୁ ଏହି ଅଙ୍ଗ ଗ୍ରୀନ କରିଡର ଯୋଗେ ପଠାଯାଇଛି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଗ୍ରିନ୍ କରିଡ଼ରର ବ୍ୟବସ୍ଥା କରାଯାଇଥିଲା । ଘରୋଇ ହସ୍ପିଟାଲରୁ ବାହାରି ବରମୁଣ୍ଡା, ଫାୟର ଷ୍ଟେସନ, ଓୟୁଟି ଦେଇ ବିମାନବନ୍ଦର ନିଆଯାଇଥିଲା ।

Recent News
Kolkata gets first health...

Kolkata gets first healthcare facility for transge...

read more
Kolkata gets first health...

Getting access to healthcare facilities in India h...

read more
Exclusive facilities for...

A private hospital on Wednesday launched an exclus...

read more
Kolkata's First Transgend...

Access to healthcare has been a challenge for the...

read more