AMRI Hospitals representatives do not seek any advance payment over the phone/email for doctor appointments or any medical services. If you receive any such call, SMS or email, please report it immediately by calling 033-66800000
Home / News / Brained woman's organ donation, 7 people will get new life
06 Nov, 2023
Brained woman's organ donation, 7 people will get new life

ମହିଳାଙ୍କ ଅଙ୍ଗଦାନ, ନୂଆ ଜୀବନ ପାଇବେ ୭ ଜଣ । ଓଡ଼ିଶାର ଜଣେ ମହିଳା ଦେଶର ବିଭିନ୍ନ ସ୍ଥାନରେ ୭ ଜଣଙ୍କୁ ନୂଆ ଜୀବନ ଦେବେ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ବ୍ରେନ୍ ହାମରେଜ୍ ହୋଇଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ଏହାରି ମଧ୍ୟରେ ଡାକ୍ତରଖାନାରେ ବ୍ରେନ୍‌ ଡେଡ ଘୋଷିତ କରିବା ପରେ ତାଙ୍କ ପରିବାର ବର୍ଗ ମହିଳାଙ୍କ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସୂଚନା ଯୋଗ୍ୟ ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଆଡ଼ମିଶନ କରାଯାଇଥିଲା । ୨ ତାରିଖ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା । ଡ଼ାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଜଣାପଡିଥିଲା ତାଙ୍କୁ ଆଉ ରିକଭରି କରାଯାଇ ପାରିବନାହିଁ । ଏହାପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ଅନୁମତି କ୍ରମେ ଏସ୍‌ଓଟିଓକୁ ଅବଗତ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଲୋକେ ମହିଳାଙ୍କ ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏସ୍‌ଓଟିଓ ପାଖରୁ ଅନୁମତି ମିଳିବା ପରେ ତାଙ୍କର ଯକୃତ, ଫୁସ୍‌ଫୁସ୍‌, ହୃଦୟ, କିଡ୍‌ନି ଦ୍ଵାରା ୭ ଜଣ ରୋଗୀଙ୍କ ଜୀବନ ବଞ୍ଚିବାକୁ ଯାଉଛି । ଭୁବନେଶ୍ଵରର ଆମ୍ରି ହସ୍ପିଟାଲରେ ସଂପୃକ୍ତ ମହିଳାଙ୍କ ଅର୍ଗାନ ହାର୍ଭେଷ୍ଟିଂ କରାରାଯାଇଛି ।ତେବେ ଚେନ୍ନାଇ ଓ କୋଲକାତାର ଆପୋଲୋ ହସ୍ପିଟାଲ, ଚେନ୍ନାଇର ଏମ୍‌ଜିଏମ୍‌ ହସ୍ପିଟାଲ, ଭୁବନେଶ୍ବରର ସମ୍‌ ଅଲ୍ଟିମେଟ ଓ କଟକ ଏସ୍‌ସିବି ମେଡିକାଲ କଲେଜକୁ ତାଙ୍କର ଏହି ଅଙ୍ଗ ଗୁଡ଼ିକ ପଠାଯିବ । ଏହି ଅଙ୍ଗଦାନ ଦ୍ଵାରା ପ୍ରାୟ ୭ ଜଣ ରୋଗୀଙ୍କୁ ନୂଆ ଜୀବନ ମିଳିପାରିବ ବୋଲି ସମ୍ଭାବନା ରହିଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଭୁବନେଶ୍ୱର ପ୍ରସନ୍ନଜିତ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟ ଅଙ୍ଗଦାନ କରାଯାଇଥିଲା । ଫଳରେ ୪ ଜଣଙ୍କ ଜୀବନ ବଞ୍ଚିଯାଇଥିଲା । ବ୍ରେନଡେଡରେ ପୀଡିତ ହୋଇଥିଲେ ପ୍ରସନ୍ନଜିତ । ତାଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥା ଗୁଡ଼ିକର ଉତ୍ତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ 2ଟି ବୃକକ, 2ଟି ଫୁସଫୁସ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

Recent News
Kolkata gets first health...

Kolkata gets first healthcare facility for transge...

read more
Kolkata gets first health...

Getting access to healthcare facilities in India h...

read more
Exclusive facilities for...

A private hospital on Wednesday launched an exclus...

read more
Kolkata's First Transgend...

Access to healthcare has been a challenge for the...

read more