AMRI Hospitals representatives do not seek any advance payment over the phone/email for doctor appointments or any medical services. If you receive any such call, SMS or email, please report it immediately by calling 033-66800000
Home / News / A brain stroke awareness program was organized at Amri on this occasion
02 Nov, 2023
A brain stroke awareness program was organized at Amri on this occasion

ଅର୍ଗସ ବ୍ୟୁରୋ : ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ରି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ବ୍ରେନ୍ ଷ୍ଟ୍ରୋକ୍‌ର କାରଣ ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ହସ୍ପିଟାଲ ପରିସର ମଧ୍ୟରେ ରୋଗୀ ତାଙ୍କ ସମ୍ପର୍କୀୟ ମାନଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆମ୍ରି ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ, ଡାକ୍ତର ପ୍ରଦ୍ୟୁତ ରଂଜନ ଭୂୟାଁ , ଡାକ୍ତର ଆକାଶ ଅଗ୍ରୱାଲଙ୍କ ସମେତ ହସ୍ପିଟାଲର ଅନ୍ୟ ଡାକ୍ତର ମାନେ ଭାଗ ନେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବ୍ରେନ୍ ଷ୍ଟ୍ରୋକ୍  ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ଷ୍ଟ୍ରୋକ୍ ସମ୍ପର୍କରେ ତାଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଅବସରରେ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ ବ୍ରେନ୍ ଷ୍ଟ୍ରୋକ୍ ଠାରୁ ବର୍ତ୍ତିବା ପାଇଁ ସୁସ୍ଥ୍ୟ ଖାଦ୍ୟପେୟ ଓ ଜୀବନଣୈଳୀ ଉପରେ ଗୁରୁତ୍ଵ ଦେବା ସହିତ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥିଲେ, ଡାକ୍ତର ପ୍ରଦ୍ୟୁତ ରଂଜନ ଭୂୟାଁ ପ୍ରତିଦିନ  ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ସେ ସମ୍ପର୍କରେ କହିଥିଲେ, ସେଭଳି ଡାକ୍ତର ଆକାଶ ଅଗ୍ରୱାଲ ବ୍ରେନ୍ ଷ୍ଟ୍ରୋକ୍ର ପ୍ରାଥମିକ ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ କହିଥିଲେ । 

ଆମ୍ରି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡ ଡାକ୍ତର ସିଦ୍ଧର୍ଥ ମିଶ୍ର ବ୍ରେନ୍ ଷ୍ଟ୍ରୋକ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ ଭୁବନେଶ୍ଵର ଠାରେ ଉପଲବ୍ଧ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ବ୍ରେନ୍ ଷ୍ଟ୍ରୋକ ସମେତ ବିଭିନ୍ନ ପ୍ରକାର ବ୍ରେନ୍ ରୋଗର ଚିକିତ୍ସା କରିବା ପାଇଁ ଆମ୍ରି ହସ୍ପିଟାଲରେ ରହିଛି ସ୍ୱତନ୍ତ୍ର ବିଭାଗ ।ଏଠାରେ ବ୍ରେନ୍ ଷ୍ଟ୍ରୋକ୍‌ର ସଫଳ ଚିକିତ୍ସା କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ଆମ୍ରି ହସ୍ପିଟାଲ ଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ଅତ୍ୟାଧୁନିକ ପଦ୍ଧତିରେ ବ୍ରେନ ଷ୍ଟ୍ରୋକ୍‌ର ଚିକିତ୍ସା ଉପଲବ୍ଧ । କାର୍ଯ୍ୟକ୍ରମର ଶେଷରେ ହସ୍ପିଟାଲର ମାନବସମ୍ବଳ ମୁଖ୍ୟ ରାଜଶ୍ରୀ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ ।

Recent News
Kolkata gets first health...

Kolkata gets first healthcare facility for transge...

read more
Kolkata gets first health...

Getting access to healthcare facilities in India h...

read more
Exclusive facilities for...

A private hospital on Wednesday launched an exclus...

read more
Kolkata's First Transgend...

Access to healthcare has been a challenge for the...

read more