Successful TAVI in an elderly man at AMRI Hospitals, Bhubaneswar










AMRI Hospitals representatives do not seek any advance payment over the phone/email for doctor appointments or any medical services. If you receive any such call, SMS or email, please report it immediately by calling 033-66800000
Home / News / Successful TAVI in an elderly man at Amri Hospitals Bhubaneswar
18 Jan, 2023
Successful TAVI in an elderly man at Amri Hospitals Bhubaneswar

ଭୁବନେଶ୍ୱର : ଜଣେ ୮୩ ବର୍ଷ ବୟସର ବ୍ୟକ୍ତି ବାରମ୍ବାର ଚେତାଶକ୍ତି ହରାଇବା ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସମସ୍ୟା ଯୋଗୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ମୂଲ୍ୟାୟନ ପରେ ତାଙ୍କଠାରେ କାଲସିଫିକ ଆର୍ଟିକ ଷ୍ଟୋେନୋସିିସ ଥିବା ଜଣା ପଡ଼ିଲା । ଚିକିତ୍ସା କରୁଥିବା ଡାକ୍ତର ଦିବ୍ୟ ରଂଜନ ବେହେରା, ହୃଦରୋଗ ବିଶେଷଜ୍ଞ, ଆମ୍ରି ହସପିଟାଲସ କହିଛନ୍ତିଯେ- ଏହା ଏକ ହୃଦରୋଗ ଯେଉଁଥିରେ ବାମ ଭେଂଟ୍ରକିଲକୁ ଆଓର୍ଟା ସହିତ ସଂଯୋଗ କରୁଥିବା ଏକ ଭାଲବ ମଧ୍ୟରୁ ଗୋଟିଏ ଟାଇଟ ହୋଇ ଯାଇଥିବାରୁ ସମସ୍ୟା ଦେଖାଦେଇଛି । ସରଳ ଭାଷାରେ ହୃତପିଣ୍ଡର ବାମ ପାଶ୍ୱର୍ର ପ୍ରସ୍ଥାନ ଗେଟ ପ୍ରାୟ ଅବରୋଧ ହୋଇଯାଇଥିବାରୁ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହେବା ସହିତ କାର୍ଯ୍ୟକାରୀତା ଶକ୍ତି ଦୁର୍ବଳ ହୋଇ ଥାଏ । ରୋଗୀ ସମାନ୍ୟ ପରିଶ୍ରମ ଦ୍ୱାରା ମସ୍ତିଷ୍କର ରକ୍ତ ପ୍ରବାହ କମିଯାଏ ଓ ସେ ଦୁର୍ବଳ ହୋଇ ଯାଆନ୍ତି । ଏହା ତାଙ୍କ ପାଇଁ ଘାତକ ହୋଇ ପାରେ । କରୋନାରୀ ଧମନୀରେ ମଧ୍ୟ ରକ୍ତ ପ୍ରବାହ କମ ହୋଇଯିବାରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବେ ଓ ଫୁସଫୁୂସରେ ଥିବା ରକ୍ତ ଅଟକିଯାଇ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇ ପାରେ ।

ଏହା ଏକ ଗୁରୁତର ସମସ୍ୟା ଅଟେ ଯାହାକୁ ତୁରନ୍ତ ଚିକିତ୍ସା କରାଯିବା ଉଚିତ । ଚିକିତ୍ସା ଦ୍ୱାରା କେବଳ କ୍ଷତିଗ୍ରସ୍ତ ଆର୍ଟିକ ଭାଲବକୁ ପରିବର୍ତନ କରିବାକୁ ହୋଇଥାଏ ଯାହାକୁ \"ଅ।।ର୍ଟିକ ଭାଲବ ରିପ୍ଲେସମେଂଟ (ଏଭିଆର)\' କୁହାଯାଏ । ଏହାକୁ ଓପନ ହାର୍ଟ ସର୍ଜରୀ ଦ୍ୱାରା କରିବାକୁ ପଡ଼େ ।

ସେ ଆଉ ମଧ୍ୟ କହିଛନ୍ତିଯେ \"କିନ୍ତୁ ବୟସ୍କଙ୍କ ପରି ବହୁ ରୋଗୀଙ୍କ କୋମୋରବିଟି କ୍ଷେତ୍ରରେ ଓପନ ହାର୍ଟ ସର୍ଜରୀରେ ଉଚ୍ଚ ଆପଦ ରହିପାରେ । ବିଜ୍ଞାନର ଅଗ୍ରଗତି ସହିତ ଏହି ପ୍ରକ୍ରିୟା କେବଳ କ୍ୟାଥେଟର ଦ୍ୱାରା କରାଯାଇପାରିବ ଏବଂ ଓପନ ହାର୍ଟ ସର୍ଜରୀର ଦରକାର ପଡ଼ିବ ନାହିଁ । ଏହାକୁ ଟ୍ରାନସକାଥେର ଆଓର୍ଟିକ ଭାଲବ ପ୍ରତିରୋପଣ/ ପ୍ରତିସ୍ଥାପନ (TAVI / TAVR) କୁହାଯାଏ ।

ବୃଦ୍ଧ ତଥା ଉଚ୍ଚ ବିପଦ ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ଉପଯୋଗିତା ଓ ଉପକାରିତା ଦୃଷ୍ଟିରୁ TAVI ଆଧୁନିକ ଦିନର ହୃଦରୋଗ ଚିକିତ୍ସାରେ ପରିବର୍ତନ ଆଣିଛି ।

ଡାକ୍ତର ବେହେରାଙ୍କ ନେତୃତ୍ୱରେ ଏକ କାର୍ଡିଆକ ଟିମ ଏହି ୮୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ବେଲୁନ ବିସ୍ତାରଯୋଗ୍ୟ ଭାଲବ-ମାଇଭାଲ ବ୍ୟବହାର କରି ଞଇଠଓ ସଫଳତାର ସହ କରିଥିଲେ । ଏହା ଗୁରୁତ୍ୱଯେ ଏହି ପଦ୍ଧତିରେ ଉକ୍ତ ରୋଗୀଙ୍କୁ ୨ରୁ ୩ ଦିନ ମଧ୍ୟରେ ଡିସଚାର୍ଜ କରାଯାଇଥିଲା ଓ ସେ ଏବେ ତାଙ୍କର ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି ।

ବର୍ତମାନ ରୋଗୀ ଓ ତାଙ୍କ ପରିବାର ଚିକିତ୍ସା କରୁଥିବା ଡାକ୍ତର ବିଶ୍ୱଜିତ ମହାପାତ୍ର (ସିଟିଭିଏସ ସର୍ଜନ), ଡା. ବିବେକ ଚୌଧୁରୀ ଡା. ବି.ରଥ କାର୍ଡିଆକ ଆନାସଥେସିଓଲୋଜିଷ୍ଟ ଓ ସମଗ୍ର କାଥଲ୍ୟାବ, ସିସିୟୁ ଟିମଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆମ୍ରି ହସପିଟାଲସ ଭୁବନେଶ୍ୱର ବର୍ତମାନ ଅତ୍ୟାଧୁନିକ ବୈଷୟିକି ଜ୍ଞାନ କୌଶଳ ଓ ଉପକରଣ ପ୍ରୟୋଗ କରି ବହୁ ଉନ୍ନତ ସର୍ଜରୀ କରୁଛି । ଏପ୍ରକାର ରୋଗୀ ସେବା ଓ ଚିକିତ୍ସା ଦ୍ୱାରା ରାଜ୍ୟରେ ଉନ୍ନତମାନର ଚିକିତ୍ସା ସେବା ଉପଲବ୍ଧ ହେଉଛି ବୋଲି କହିଛନ୍ତି ଆମ୍ରି ହସପିଟାଲସ ଭୁବନେଶ୍ୱରର ଭାଇସ ପ୍ରେସିଡେଂଟ ଓ ୟୁନିଟ ହେଡ, ମିସ୍ ନୀଳାଞ୍ଜନା ମୁଖେର୍ଜି ।

Recent News
Live Endoscopy Surgery Wo...

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା...

read more
Treatment of any brain tu...

read more
What are all the problems...

read more
AMRI Hospital hosts cardi...

Bhubaneswar CARDIAC Conclave 2023, one of the bigg...

read more